ମାଲକାନଗିରି, ୫ ।୪ : ମାଲକାନଗିରି
ଜିଲ୍ଲା ଚେଙ୍ଗଲ ଥାନା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଫାଣ୍ଡି
ନିକଟରେ ମୃତୟନ ଥିବା ୧୫୩ ବାଟାଲିଆନର
ବିଏସଏଫ୍ ଯବାନମାନେ ନୂଆଗୁଡା ଗ୍ରାମରୁ ଦୁଇ ଜଣ
ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାୟ
ସୂଚନାଅନୁଯାୟୀ ନୂଆଗୁଡା ଗ୍ରାମରେ ମାଓ ସମର୍ଥକ ଓ
କିଛି ମାଓବାଦୀ ଆସି ରହିଥିବା ଖବର ପାଇ ବିଏସ୍ଏଫ
ଯବାନମାନେ ସେଠାକୁ ଯାଇଥିଲେ । ହଠାତ୍ ଗ୍ରାମରେ
ଯବାନମାନଙ୍କୁ ଦେଖି ଗ୍ରାମବାସୀମାନେ ଆତଙ୍କିତ
ହୋଇପଡିଥିବାବେଳେ ଦୁଇ ଜଣ ଯୁବତ ଦୌଡି
ପଳାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ
ଯବାନମାନେ କାକୁ କରି ନେଇ ପଚରାଉଚରା କରିବା
ପାଇ ସେମାନେ ମାଓ ସଂଗଠନ ପାଇଁ ଚିତ୍ରକୋଣ୍ଡା
ବିଛିନ୍ନାଞ୍ଚଳରେ ସଭା ସମିତିର ଆୟୋଜନ କରିବା ସହ
ରାସ୍ତା ଦେଖାଉଥିବା କାମ କରୁଥିବା ପ୍ରଣାମ
ଦେଇଥିଲେ । ଗିରଫ ଦୁଇ ଜଣ ହେଲେ ଗ୍ରାମ୍ୟ କମିଟି
ମେମ୍ବର ଗୌରାଙ୍ଗ ହନ୍ତାଳ (୩୧) ଓ ମିଲିସିଆ ସଦସ୍ୟ
ବୁଡୁ ଖରା (୩୧) । ଉଭୟଙ୍କ ଘର ଚିତ୍ରକୋଣ୍ଡା ଥାନା
ପଣାସପୁଟ ପଞ୍ଚାୟତ ଯନବେଡା ଗ୍ରାମରେ ।
ବିଏସଏସଫ ଯବାନମାନେ ଗିରଫ ଦୁଇମାଓବାଦୀକୁ
ଓଡେଲ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ ।