Sunday, 28 October 2018
Wednesday, 3 October 2018
ଛାତ୍ରଙ୍କୁ ଅପହରଣ କରିନେଲେ ମାଓବାଦୀ
ରାୟପୁର, ୩/୧୦ : ପୁଣି ମାଓବାଦୀଙ୍କ ଅଭାବନୀୟ କାଣ୍ଡ । ଛତିଶଗଡ଼ ସୀମା ସୁକୁମା ଜିଲ୍ଲା ଅନ୍ତର୍ଗତ କୋତାଚେ ଠାରୁ ଜଣେ ୧୨ ବର୍ଷୀୟ ଛାତ୍ରଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି । ସୁକୁମା ଏସ୍ପି ଅଭିଷେକ ମୀନାଙ୍କ କହିବାନୁସାରେ, ଛାତ୍ର ଜଣକ କୋଣ୍ଟାରୁ ଭେଜ୍ଜି ଫେରୁଥିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି । କାରଣ କୋଣ୍ଟାରୁ ଆସୁଥିବା ଏକ ପିଡିଏସ୍ ରାସନ୍ ବୋଝେଇ ଟ୍ରକ୍କୁ ନକ୍ସଲମାନେ ନିଆଁ ଲଗାଇବା ପାଇଁ ଯୋଜନା କରିଥିଲେ । କିନ୍ତୁ ଟ୍ରକ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା । ସେହି ସମୟରେ କୋଣ୍ଟାର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୧୨ ବର୍ଷ ଛାତ୍ର ପୋଡିୟମ ମୁକେଶ ଘକୁ ଫେରୁଥିବାବେଳେ ନକ୍ସଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ତେବେ ତାଙ୍କ ସନ୍ଧାନରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଚଳାଇଥିବା ଜଣାପଡ଼ିଛି ।
Tuesday, 2 October 2018
୨୮ ମାଓବାଦୀଙ୍କ ନିହତ ପରେ ଲାଲ ସଙ୍ଗଠନ ପ୍ରତିକ୍ରିୟାଶୀଳ!
ଭୁବନେଶ୍ୱର : ମାଲକାନଗିରିରେ ଆନ୍ଧ୍ର-ଓଡ଼ିଶା ପୁଲିସର ମିଳିତ ମାଓ ଦମନ ଅଭିଯାନରୁ ବଡ଼ଧରଣର ସଫଳତା ମିଳିଛି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୁଲିସର ମିଳିତ ଅପରେସନରେ ୨୮ଜଣ ମାଓବାଦୀଙ୍କ ନିହତ ପରେ ଲାଲ ସଙ୍ଗଠନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । କୌଣସି ସ୍ଥାନରେ ବି ଲାଲବାହିନୀ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି । ସେ ଦୃଷ୍ଟିରୁ କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି ।ଏ ନେଇ ଗୃହବିଭାଗ ପମୁଖ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବିଭକ୍ତ କଳାହାଣ୍ଡି ଓ କୋରାପୁଟ ଜିଲାରେ ସିଆର୍ପିଏଫ୍, ଏସ୍ଓଜି ଏବଂ ବିଏସ୍ଏଫ୍ ଯବାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ମାଓ ଦମନ ପାଇଁ ୨୪ ଘଣ୍ଟିଆ ସତର୍କତା ଅବଲମ୍ବନ କରିବାକୁ ସେମାନଙ୍କୁ କୁହାଯାଇଛି । ମାଲକାନଗିରିରେ ଆଇଜି (ଅପରେସନ), ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏବଂ ମାଲକାନଗିରି ଏସ୍ପି ସ୍ଥିତି ଉପରେ ନଜର ରଖିଛନ୍ତି । ସେଠାରେ ମାଓ ଦମନ ଅବ୍ୟାହତ ରହିବ ଏବଂ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ମାଓ ବିରୋଧୀ ସ୍ଥିତି ସମୀକ୍ଷା ଲାଗି ଆଇଜି ଅପରେସନ ଆର୍.ପି. କୋଚେ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଏସ୍. ସାଇନି ମାଲକାନଗିରି ପରିଦର୍ଶନ କରିଛନ୍ତି । ମାଓବାଦୀମାନେ ୨୪ତାରିଖ ପୁଲିସ ଅପରେସନ ପରେ ରାଜ୍ୟର କେତେକ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି । କଳାହାଣ୍ଡି ଜିଲାର କାଟ୍ଲାଙ୍ଗା ଗାଁର ମୁଖିଆ ଚେମୁ ହରିଜନଙ୍କୁ ସୂଚନାଦାତା ସନ୍ଦେହରେ ହତ୍ୟା କରିଥିବାବେଳେ ୭ଜଣଙ୍କୁ ଅପହରଣ କରିନେଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେଥିରୁ ୧୮ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଅବଶିଷ୍ଟ ମୃତଦେହ ଗୁଡ଼ିକ ଶୀଘ୍ର ଚିହ୍ନଟ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଚିହ୍ନଟ ମୃତଦେହରୁ ସମସ୍ତେ ମାଓନେତା ଆରକେ ଗ୍ରୁପର ବୋଲି କୁହାଯାଉଛି । ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଳକ ପଣସପୁଟ ଠାରେ ଗତ ସୋମବାର ମୃତ୍ୟୁ ବରଣ କରିଥିବା ୧୧ ଜଣ ମାଓବାଦୀଙ୍କ ପରିଚୟ ମିଳିଥିବା ବେଳେ ଆଜି ୬ ଜଣ ମାଓବାଦୀଙ୍କ ପରିଚୟ ମଳିଛ
ମାଓ ଦୌରାତ୍ମ୍ୟ
ମାଓ ଦୌରାତ୍ମ୍ୟ ଦମନରେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ ହୋଇଥିଲେ ସୁଦ୍ଧା ସେମାନେ ପୁଣି ସକ୍ରିୟ ହେଉଛନ୍ତି । କିଛି ଦିନର ବ୍ୟବଧାନପରେ ମାଓବାଦୀ ମାନେ ପୁଣି ମାତିଛନ୍ତି । ରବିବାର ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାରେ ମାଓବାଦୀଙ୍କ ଗୁଳିରେ ଶାସକ ଟିଡିପିର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକ ପ୍ରାଣ ହରାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ମାଓବାଦୀମାନେ ଏତେ ଶୀଘ୍ର ହାର ମାନିବା ସମ୍ଭବ ନୁହେଁ । କିଛି ସମୟ ପାଇଁ ସେମାନେ ସୁପ୍ତ ଅବସ୍ଥାରେ ଥିଲେ ଏବଂ ନୂଆ ଆକ୍ରମଣାତ୍ମକ ଯୋଜନା ପାଇଁ ଶକ୍ତି ସଞ୍ଚୟ କରୁଥିଲେ । ଏବେ ମଉକା ପାଇଁ ସେମାନେ ପୁଣି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଆନ୍ଧ୍ରପ୍ରଦେଶରେ କେବଳ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ସୁରକ୍ଷା ବାହିନୀ ପ୍ରତି ଆହ୍ୱାନ ମଧ୍ୟ ସୃଷ୍ଟି କରିଛି । ଏହା ପରେ ଆନ୍ଧ୍ର-ଓଡ଼ିଶା ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହି ଘଟଣା ଆମ ଗୁଇନ୍ଦା ବ୍ୟବସ୍ଥାର ସୁର୍ବଳତାକୁ ପୁଣି ପ୍ରମାଣିତ କରିଛି । ଏହା ସହିତ ମାଓ ଉପଦ୍ରୁତ ଅଞ୍ଚଳରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ଏବଂ ମାଓବାଦୀମାନଙ୍କ ଗତିବିଧି ଉପରେ ଅଧିକ ଲକ୍ଷ୍ୟ ରଖିବାର ଆବଶ୍ୟକତାକୁ ଅନୁଭବ କରାଇଛି । ମାଓବାଦୀଙ୍କ ଆକ୍ରମଣର ଶୀକାର ହୋଇଥିବା ଟିଡିପିର ଦୁଇନେତାଙ୍କ ବିରୋଧରେ ଦୁର୍ନୀତି ଓ ଖଣି ମାଫିଆଙ୍କ ସହ ସମ୍ପର୍କ ରକ୍ଷା ଅଭିଯୋଗ ହୋଇଥିଲା । କିନ୍ତୁ ସେମାନଙ୍କୁ ହତ୍ୟା କଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ । ଜଣେ ଦୁର୍ନୀତିଗ୍ରସ୍ତ ବା ଶୋଷଣକାରୀ ହତ୍ୟାର ଶୀକାର ହେଲେ ତାଙ୍କ ସ୍ଥାନରେ ନୂଆ ବ୍ୟକ୍ତି ଶୂନ୍ୟସ୍ଥାନ ପୂରଣ କରିବାକୁ ଆଗେଇ ଆସିବେ । କୋ÷ଣସି ନେତା ବା ବ୍ୟକ୍ତିକୁ ହତ୍ୟା କଦାପି କୋ÷ଣସି ସମସ୍ୟାକୁ ଦୂର କରିପାରେନା । ବ୍ୟବସ୍ଥାରେ ପରିବର୍ତ୍ତନ ନହେଲେ ସମାଜ ପରିବର୍ତ୍ତନ ଅସମ୍ଭବ । ତେଣୁ ମାଓବାଦୀମାନେ ଯଦି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରାଣ ନାଶ କରି, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି ସମାଜରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ତେବେ ଏହା କଦାପି ସଫଳ ହେବ ନାହିଁ । ଏଥିପାଇଁ ଗଣତାନ୍ତ୍ରିକ ଉପାୟରେ ଜନଜାଗରଣ ଓ ଗଣଆନ୍ଦୋଳନ ଆବଶ୍ୟକ । ମାଓବାଦୀମାନେ ଆନ୍ଧ୍ରପ୍ରଦେଶରେ ଶାସକ ଦଳର ଦୁଇଜଣ ନେତାଙ୍କୁ ହତ୍ୟା କରିବା ନିନ୍ଦନୀୟ ଏବଂ ଏହା ଆଇନ ଦୃଷ୍ଟିରୁ ଗର୍ହିତ ଅପରାଧ । ଅତୀତରେ ଏମିତି ଅନେକ ଆକ୍ରମଣ ହୋଇଛି । ଅନେକ ନିର୍ବାଚିତ ଜନପ୍ରତିନିଧିଙ୍କୁ ହତ୍ୟା କରାଯାଇଛି ବା ହତ୍ୟା ଉଦ୍ୟମ ହୋଇଛି । ୨୦୦୩ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ତକ୍ରାଳିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ହତ୍ୟା ପାଇଁ ମାଓବାଦୀମାନେ କରିଥିଲେ ଉଦ୍ୟମ । ଏଥିରୁ ସେ ଅଳ୍ପକେ ବର୍ତ୍ତିଗଲେ । ସେହିପରି ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଆକ୍ରମଣରେ ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମାଚରଣ ଶୁକ୍ଳା ପ୍ରାଣ ହରାଇଥିଲେ । କିଛି ବର୍ଷ ତଳେ ମାଓବାଦୀମାନେ ଓଡ଼ିଶାର ଜଣେ ବିଧାୟକ(ବର୍ତ୍ତମାନ ସାଂସଦ) ଓ ଜଣେ ଜିଲ୍ଲାପାଳଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍ ରଖ୍ିଥିଲେ । କିନ୍ତୁ ମାଓବାଦୀମାନେ ଏହା ଦ୍ୱାରା କିଛି ଲାଭ ପାଇଲେ କି? ଏହା ଦ୍ୱାରା ସେମାନଙ୍କର ଳକ୍ଷ୍ୟ, ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନା ସେମାନଙ୍କର ଆଦର୍ଶ ପ୍ରତିଷ୍ଠିତ ହୋଇପାରିଲା । ସମୟ ବଦଳିଛି, ଏବେ ସଶସ୍ତ୍ର ସଂଗ୍ରାମ ଦ୍ୱାରା କୋ÷ଣସି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ମାଓବାଦୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର କ୍ରମାଗତ ଅଭିଯାନ ଫଳରେ ସେମାନେଏବେ ଚାପରେ ଅଛନ୍ତି । ସ୍ଥାନୀୟ ଅଧିବାସୀ ବିଶେଷକରି ଆଦିବାସୀ ମାନଙ୍କ ସମର୍ଥନ ଓ ସହାନୁଭୂତି ସେମାନଙ୍କ ପ୍ରତି କମୁଛି । ତେଣୁ ମାଓବାଦୀମାନେ ଏବେ ସେମାନଙ୍କୁ ଭୟଭୀତ କରି ନିଜ ସପକ୍ଷରେ ରକିବାକୁ ଉଦ୍ୟମ କରୁଛନ୍ତି । ସେମାନେ ଭୟଭୀତ ଓ ଦୁର୍ବଳ ଏହାକୁ ମାନିବାକୁ ସେମାନେ ନାରାଜ୍ । ଏଭଳି ଧାରଣାକୁ ଭୂଲ୍ ପ୍ରମାଣିତ କରିବା ପାଇଁ ସେମାନେ ଏବେ ଯୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସେମାନେ ହତ୍ୟା, ବିସ୍ଫୋରଣ ଓ ଅପହରଣ କରୁଛନ୍ତି । ନିରୀହ, ନିରସ୍ତ୍ର ବ୍ୟକ୍ତିଙ୍କୁ ଶୀକାର କରୁଛନ୍ତି । ଏହା ନିହାତି କାପୁରୁଷୋଚିତ କାର୍ଯ୍ୟ ଏବଂ ନିନ୍ଦନୀୟ । ମାଓବାଦୀମାନେ ଏବେ ସେମାନଙ୍କ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ, ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ନିଶା କାରବାରକୁ ଅର୍ଥ ସଂଗ୍ରହର ମୁଖ୍ୟ ମାଧ୍ୟମ କରିଛନ୍ତି । ଚୋରା ନିଶା କାରବାର କରି ସେମାନେ କୋଟି କୋଟି ଟଙ୍କା ସଂଗ୍ରହ କରୁଛନ୍ତି । ଏହାର ବଡ଼ ଅଂଶ ସେମାନେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟ ଯନ୍ତ୍ରପାତି ତଥା ମାଓବାଦୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଅନ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି । ଆଉ ଟପ୍ ମାଓନେତାମାନେ ଏହି ଅର୍ଥରେ ବେଶ ଅୟସ ବିଳାସରେ ଜୀବନ ଅତିବାହିତ କରୁଛନ୍ତି ।
Monday, 1 October 2018
ଦାନ୍ତେୱାଡାରେ ମାଓବାଦୀଙ୍କ ପ୍ରଜାକୋଟ
ଦାନ୍ତେୱାଡା,୩୦/୯: ପୁଣି ସାମ୍ନାକୁ ଆସିଲା ଲାଲବାହିନୀର ବର୍ବରତା ୟ ଛତିଶଗଡର ଦାନ୍ତେୱାଡାରୁ ଆସିଛି ପ୍ରଜାକୋର୍ଟର ଚିତ୍ର । ଦାନ୍ତେୱାଡା ଅଂଚଳର ଏକ ଜଙ୍ଗଲ ଭିତରେ ଏହି ପ୍ରଜାକୋର୍ଟ ବସିଥିଲା । ଯେଉଁଥିରେ ମାଓବାଦୀଙ୍କ ବୈଠକକୁ ନ ଆସୁଥିବା ଲୋକ ଓ ସରକାରୀ ସୁବିଧା ନେଉଥିବା ଲୋକଙ୍କୁ ଦଣ୍ଡ ଦିଆଯାଇଛି । ମାଓବାଦୀଙ୍କ ବୈଠକକୁ ଆସିନଥିବା ଲୋକଙ୍କୁ ଘରୁ ଉଠାଇ ଆଣି ନିସ୍ତୁକ ମାଡ ମରାଯାଇଥିବା ସୂଚନା ମିଳିଛି । ଜଙ୍ଗଲ ଭିତରେ ପ୍ରଜାକୋର୍ଟ ବସାଇ ମାଓବାଦୀ ୫ରୁ ୬ ଗ୍ରାମାବାସୀଙ୍କୁ ହାତଗୋଡ ବାନ୍ଧି ମାଡ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ନକ୍ସଲଙ୍କ ମାଡରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ନକ୍ସଲ ମାଡରେ ଆହତ ବ୍ୟକ୍ତି କହିଛନ୍ତି କି, ମାଓବାଦୀଙ୍କ ବୈଠକକୁ ନଗଲେ, ଇନ୍ଦିରା ଆବାସ ର୍ନିମାଣ କଲେ, ରାସ୍ତା ର୍ନିମାଣରେ ଶ୍ରମିକ ଭାବେ କାମ କଲେ ଏବଂ ପୁଲିସକୁ ସୂଚନା ଦେଲେ ପ୍ରଜାକୋର୍ଟରେ ଦଣ୍ଡ ମିଳେ । ଏହାଛଡା ଲୋକଙ୍କ ପାଇଁ ମାଓବାଦୀ ପ୍ରସ୍ତୁତ କରିଥିବା ନିୟମ ଭାଙ୍ଗିଲେ ମଧ୍ୟ ନିସ୍ତୁକ ମାଡ ମାରୁଥିବା ଅଭିଯୋଗ ହୋଇଛି । ପୁଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ବିକାଶମୂଳକ କାମ ଯୋଗୁଁ ଦାନ୍ତେୱାଡାର ମାଓପ୍ରଭାବିତ ଅଂଚଳରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ତେଣୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ସରକାର ବିରୋଧୀ ଅଭିଯାନର ପ୍ର·ର ସହ ସଂଗଠନକୁ ବଂ·ଇବା ପାଇଁ ମାଓବାଦୀ ଗାଁଲୋକଙ୍କ ଉପରେ ଅତ୍ୟା·ର କରୁଥିବା ଚ·ର୍ ହେଉଛି ।
Friday, 28 September 2018
भीमा-कोरेगांव हिंसा : सर्वोच्च न्यायालय ने पांचों नक्सली कार्यकर्ताओं की नजरबंदी ४ हफ्ते बढाई
September 28, 2018
- पुणे पुलिस ने २८ अगस्त को पांचों कार्यकर्ताओं को गिरफ्तार किया था
- पुणे पुलिस का दावा – हिंसा फैलाने की साजिश रच रहे थे गिरफ्तार कार्यकर्ता
- न्यायालय ने नजरबंदी में रखने का दिया था आदेश

नई दिल्ली – सर्वोच्च न्यायालय ने शुक्रवार को भीमा-कोरेगांव हिंसा मामले में फैसला सुनाया। इसमें पांचों सामाजिक कार्यकर्ताओं की नजरबंदी चार हफ्ते के लिए बढ़ा दी और मामले की एसआईटी से जांच कराने की मांग खारिज कर दी। न्यायालय ने कहा कि पांचों कार्यकर्ता निचली अदालत से राहत की गुहार लगा सकते हैं। पुणे पुलिस ने २८ अगस्त को सामाजिक कार्यकर्ता अरुण फरेरा, गौतम नवलखा, सुधा भारद्वाज, वरवर राव और वेरनन गोंजाल्विस को हिरासत में लिया था। इन पर हिंसा भडकाने की साजिश रचने का आरोप है।
स्त्रोत : भास्कर
४ सितंबर २०१८
भीमा कोरेगांव : मुठभेड में मारे गए नक्सली कमांडर के अंतिम संस्कार में शामिल हुए थे वरवरा राव

वरवरा राव उन पांच कार्यकर्ताओं में शामिल हैं जिन्हें पुणे पुलिस ने भीमा कोरेगांव हिंसा में भूमिका होने के कारण से गिरफ्तार किया था। हालांकि उच्चतम न्यायालय के आदेश के बाद उन्हें घर में नजरबंद करके रखा गया है। वरवरा राव एक नक्सली कमांडर के अंतिम संस्कार में शामिल हुए थे जो कि पुलिस मुठभेड में मारा गया था। एक अंग्रेजी अखबार ने सुरक्षा एजेंसियों के सूत्रों के अनुसार लिखा है कि सीपीआई (माओवादी) कमांडर के अंतिम संस्कार में राव ने शिरकत की थी। इस माओवादी कमांडर को पुलिस ने महाराष्ट्र के गढचिरौली में अप्रैल में हुई मुठभेड में मार गिराया था।
सूत्रों ने आगे बताया कि, वह उस बैठक का हिस्सा थे जो सीपीआई (माओवादी) डिविजनल समिति के सदस्य कापुका प्रभाकर की पहली जयंती के मौके पर आयोजित की गई थी। कापुका को २०१६ में सुरक्षाबलों ने ओडिशा के मल्कानगिरी मुठभेड में मार गिराया था।
सुरक्षा एजेंसियों का कहना है कि राव के दस्तावेज बताते हैं कि वह माओवादी फ्रंट रिवोल्यूशनरी डेमोक्रेटिक फ्रंट के राष्ट्रीय अध्यक्ष और माओवादियों सहयोगियों के मुख्य समन्वयक हैं। उनकी उपस्थिति श्रीकांत उर्फ श्रीनू, दक्षिण गढचिरौली डिविजनल समिति के सचिव के अंतिम संस्कार में दर्ज थी। यह अंतिम संस्कार २५ अप्रैल को तेलंगाना के जयशंकर-भूपलपल्ली में हुआ था। श्रीकांत उन ३८ नक्सलियों में शामिल था जिसे कि २२ अप्रैल को मार गिराया गया था। गृहमंत्रालय ने इस ऑपरेशन को बेहद सफल करार दिया था।
२४ अक्टूबर २०१७ को राव उस स्मरणोत्सव बैठक में शामिल हुए थे जिसे कि आरडीएफ, रिवोल्यूशनरी राइटर्स एसोसिएशन और तेलंगाना प्राजा फ्रंट ने कापुका प्रभाकर की पहली जयंती के मौके पर आयोजित किया था। प्रभाकर सीपीआई (माओवादी) को इसी दिन २०१६ में एंटी-एलडब्ल्यूई ऑपरेशन में ओडिशा के मल्कानगिरी में मार गिराया गया था।
स्त्रोत : अमर उजाला
Subscribe to:
Posts (Atom)

