Thursday 20 September 2018
ମାଓବାଦୀମାନେ ରିୟଲ ଇଷ୍ଟେଟରେ ଟଙ୍କା ବିନିଯୋଗ କରିଛନ୍ତି: ଏନ୍ଆଇଏ
ନୂଆଦିଲ୍ଲୀ,୨୦/୯ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ (ଏନ୍ଆଇଏ)ଏହାର ରିପୋର୍ଟରେ ଦର୍ଶାଇଛି ଯେ, ମାଓବାଦୀମାନେ ପୁରୁଣା କ୍ୟାଡରମାନଙ୍କ ଜରିଆରେ ରିୟଲ ଇଷ୍ଟେଟରେ ଟଙ୍କା ଲଗାଇଛନ୍ତି । ଦରକାର ସମୟରେ ରିୟଲ ଇଷ୍ଟେଟ ଏଜେନ୍ସିମାନେ ମାଓବାଦୀଙ୍କୁ ଟଙ୍କା ସାହାଯ୍ୟ କରୁଛନ୍ତି । କେବଳ ମହାରାଷ୍ଟ୍ରରେ ରିୟଲ ଇଷ୍ଟେଟରେ ମାଓବାଦୀମାନେ ୧୨୫ କୋଟି ଟଙ୍କା ଲଗାଇଥିବା ଏନ୍ଆଇଏ ଦାବି କରିଛି । ପୂର୍ବରୁ ସମାନ ଘଟଣାରେ ୨୦୧୬ ନଭେମ୍ବରରେ ଝାଡଖଣ୍ଡ ପୋଲିସ ଏକ ମାମଲା ରୁଜୁ କରିଥିଲା । ଝାଡଖଣ୍ଡର ପୂର୍ବତନ ବିଧାୟକ ରମେଶ ସିଂ ମୁଣ୍ଡାଙ୍କ ହତ୍ୟା ଘଟଣାର ତଦନ୍ତ ପରେ ଜଣାପଡିଥିଲା ଯେ, ମାଓବାଦୀମାନେ କ୍ୟାସଭ୍ୟାନ ଲୁଟ କରି ୫ କୋଟି ଟଙ୍କା ଓ ସୁନା ଲୁଟିନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲେ । ୩ୟ ପ୍ରସ୍ତୁତି ରାଜ୍ୟ କମିଟି ମାଓ ସଂଗଠନ କୋଇଲା କମ୍ପାନୀଗୁଡିକରୁ ଟଙ୍କା ଆଦାୟ କରି ରିୟଲ ଇଷ୍ଟେଟ ଲଗାଇଥିବା ଜଣାପଡିଛି । ୧ ଟନ୍ କୋଇଲାରୁ ମାଓବାଦୀମାନେ ୪୦ ଟଙ୍କା ଆଦାୟ କରୁଥିବା ଏନ୍ଆଇଏ ଦର୍ଶାଇଛି । କେତେକ କ୍ଷେତ୍ରରେ ମାଓବାଦୀମାନେ ମଧ୍ୟସ୍ତଙ୍କ ଜରିଆରେ ଟଙ୍କା ଆଦାୟ କରୁଥିବା ଏନ୍ଆଇଏ ଉଲ୍ଳେଖ କରିଛି । ଝାଡଖଣ୍ଡରୁ ସୁଧାକର ଓ ମାଧବୀ ଗିରଫ ହେବା ପରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିଥିଲା । ମାଓବାଦୀମାନେ ମାରଣାସ୍ତ୍ର ଓ ବିସ୍ଫୋରକ ଜଙ୍ଗଲରେ ନରଖି ପାହାଡ଼ ନିକଟବର୍ତ୍ତି ଅଞ୍ଚଳରେ ଲୁଚାଇ ରଖୁଥିବା ଏନ୍ଆଇଏ ଦର୍ଶାଇଛି କେତେକ ଟପ୍ କ୍ୟାଡର ମାଓବାଦୀଙ୍କ ପିଲାମାନେ ଦାମୀ ସ୍କୁଲ କଳେଜରେ ପାଠ ପଢ଼ୁଥିବା ଏହି ରିପୋର୍ଟରେ ଉଲ୍ଳେଖ ରହିଛି । ଗତ ଫେବୃଆରରରେ ଝାଡଖଣ୍ଡର ମାଓ କମାଣ୍ଡର ସନ୍ଦିପ ଯାଦବଙ୍କ ୮୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । କାଶ୍ମୀରୀ ବିଚ୍ଛିନ୍ନତାରବାଦୀ, ଆତଙ୍କବାଦୀ ଓ ମାଓବାଦୀଙ୍କ ଅର୍ଥର ସ୍ରୋତ ଓ ସମ୍ପତ୍ତି ବିଷୟରେ ତଦନ୍ତ ପାଇଁ ଏନ୍ଆଇଏକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା ।
Subscribe to:
Post Comments (Atom)
No comments:
Post a Comment